‎+91 120 5107040contactus@yourmudra.com
YOURMUDRA YOURMUDRA
  • Home
  • Financial Services
  • Payment Services
  • About Us
  • Aadhaar Consent
    • English
    • Assamese
    • Bengali
    • Gujarati
    • Hindi
    • Kannada
    • konkani
    • Manipuri
    • Marathi
    • Odia
    • Punjabi
    • Tamil
    • Telugu
  • Contact Us
Join Us

ଆଧାର – ସୂଚୀତ ସହମତି

  • ମୁଁ ସ୍ୱେଚ୍ଛାକୃତ ଭାବରେ ଓଭିଡି କେୱାଇସି କିମ୍ବା ଇ-କେୱାଇସି କିମ୍ବା ଅଫ୍‌ଲାଇନ୍ ଯାଞ୍ଚ ପାଇଁ ବାଛୁଅଛି, ଏବଂ ମୋର ଆଧାର ନମ୍ବର, ଭର୍ଚୁଆଲ୍ ଆଇଡି, ଇ-ଆଧାର, ଏକ୍ସଏମ୍‌ଏଲ୍‌, ମାସ୍କଡ୍ ଆଧାର, ଆଧାର ବିବରଣୀ, ଡେମୋଗ୍ରାଫିକ୍ ସୂଚନା, ପରିଚୟ ସୂଚନା, ଆଧାର ପଞ୍ଜୀକୃତ ମୋବାଇଲ୍ ନମ୍ବର, ଫେସ୍‌ ଅଥେଣ୍ଟିକେସନ ବିବରଣୀ ଏବଂ/ କିମ୍ବା ବାୟୋମେଟ୍ରିକ୍ ସୂଚନା (ସାମୁଦାୟିକ ଭାବରେ, ‘ସୂଚନା’) କୁ ବ୍ୟାଙ୍କରେ ଦାଖଲ କରୁଅଛି।
  • ବ୍ୟାଙ୍କ ଦ୍ୱାରା ମୋତେ ଏହା ସୂଚୀତ କରାଯାଇଛି ଯେ :
    • ଆଧାର ଦାଖଲ କରିବା ବାଧ୍ୟତାମୂଳକ ନୁହେଁ ଓ ଆଧାର ବ୍ୟତୀତ ଅଫିସିଆଲି ଭାବରେ ବୈଧ ନଥିପତ୍ର ସହିତ ଫିଜିକଲ୍ କେୱାଇସି ମାଧ୍ୟମରେ ପରିଚୟ ସାବ୍ୟସ୍ତ କରିବା ଏବଂ କେୱାଇସି ପାଇଁ ବିକଳ୍ପ ପନ୍ଥା ରହିଛି। ସବୁ ବିକଳ୍ପଗୁଡ଼ିକୁ ମୋତେ ଦିଆଯାଇଛି।
    • କେୱାଇସି / ସ୍ୱୀକୃତିକରଣ/ ଅଫ୍‌ଲାଇନ୍ ଯାଞ୍ଚ ପ୍ରକ୍ରିୟା ନିମନ୍ତେ ବ୍ୟାଙ୍କ ଆଧାର ନମ୍ବର ଏବଂ/ କିମ୍ବା ସିଆଇଡିଆର / ୟୁଆଇଡିଏଆଇ ସହିତ ବାୟୋମେଟ୍ରିକକୁ ଆଦାନ ପ୍ରଦାନ କରିବ ଏବଂ ସିଆଇଡିଆର / ୟୁଆଇଡିଏଆଇ ବ୍ୟାଙ୍କ ସହିତ ସେୟାର କରିବେ, ସ୍ବୀକୃତିକରଣ ତଥ୍ୟ, ଆଧାର ତଥ୍ୟ, ଡେମୋଗ୍ରାଫିକ୍ ବିବରଣୀ, ପଞ୍ଜୀକୃତ ମୋବାଇଲ୍, ପରିଚୟ ସୂଚନା, ଯାହାକୁ ନିମ୍ନଲିଖିତ 3ୟ ଧାଡ଼ିରେ ସୂଚୀତ କରାଯାଇଥିବା ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପାଇଁ ବ୍ୟବହାର କରାଯିବ।
  • ନିମ୍ନଲିଖିତ ସୂଚନା ପ୍ରଦାନ ଉଦ୍ଦେଶ୍ୟ ପାଇଁ ବ୍ୟାଙ୍କ (ଏବଂ ଏହାର ସେବା ପ୍ରଦାତା) ଙ୍କୁ ମୋର ସହମତି ପ୍ରଦାନ କରୁଛି ଏବଂ ସ୍ୱୀକୃତି ଜଣାଉଛି।
    • ପିଏମ୍‌ଏଲ୍‌ ଅଧିନିୟମ 2002 ଓ ତହିଁ ଉପରେ ଗଠିତ ନୀତି ବ୍ୟବସ୍ଥା ତଥା ଆରବିଆଇ ଗାଇଡ୍‌ ଲାଇନ୍ ଅନୁସାରେ କେୱାଇସି ଓ ସାମୟିକ କେୱାଇସି ପ୍ରକ୍ରିୟା, କିମ୍ବା ମୋର ପରିଚୟ ସାବ୍ୟସ୍ତ ଉଦ୍ଦେଶ୍ୟରେ, ମୋର ପରିଚୟ ବହନ ପାଇଁ, ଅଫ୍‌ଲାଇନ୍ ଯାଞ୍ଚ ପ୍ରକ୍ରିୟା କିମ୍ବା ଇ-କେୱାଇସି କିମ୍ବା ହଁ / ନା ସ୍ୱୀକୃତିକରଣ, ଅନ୍ୟାନ୍ୟ ସ୍ବୀକୃତିକରଣ / ଯାଞ୍ଚ / ଚିହ୍ନଟିକରଣ ଉଦ୍ଦେଶ୍ୟରେ ଡେମୋଗ୍ରାଫିକର ଯାହା ପ୍ରଯୁଜ୍ୟ ନିୟମ ଅନୁସାରେ ଅନୁମୋଦନିୟ ହୋଇପାରେ ଓ ତାହା ସବୁ ପ୍ରକାର ଆକାଉଣ୍ଟ, ସୁବିଧା ସୁଯୋଗ, ସେବା ଏବଂ ବ୍ୟାଙ୍କ ସହିତ ସମ୍ପର୍କ / ଏହା ଜରିଆରେ କରାଯାଉଥିବା ସମ୍ପର୍କ, ବର୍ତ୍ତମାନ ତଥା ଭବିଷ୍ୟତ ପାଇଁ କାର୍ଯ୍ୟକାରୀ ହୋଇପାରିବ।
    • ସୂଚନା ସଂଗ୍ରହଣ, ଆଦାନ ପ୍ରଦାନ, ଗଚ୍ଛିତକରଣ, ସୂଚନାର ସଂରକ୍ଷଣ, ରେକର୍ଡ଼ ରଖିବା ଓ ଏହି ସୂଚନାକୁ ବ୍ୟବହାର କରିବା ଏବଂ ସ୍ୱୀକୃତିକରଣ/ ଯାଞ୍ଚ / ରେକର୍ଡ଼ ଚିହ୍ନଟିକରଣ : (କ) ଉପରୋକ୍ତ ମତେ ସୂଚୀତ କରାଯାଉଥିବା ପ୍ରକ୍ରିୟା ପାଇଁ (ଖ) ଏଥି ସହିତ ନିୟାମକ ତଥା ବୈଧାନିକ ରିପୋର୍ଟିଂ ଏବଂ ଫିଲିଂସ ତଥା / କିମ୍ବା (ଗ) ଯେଉଁଠାରେ ପ୍ରଯୁଜ୍ୟ ନିୟମ ଅଧିନରେ ଆବଶ୍ୟକତା ରହିବ।
    • ଆଧାର ଏନାବଲ୍‌ଡ ପେମେଣ୍ଟ ସର୍ଭିସେସ୍ (ଏଇପିଏସ୍) ପାଇଁ ମୋର ଆକାଉଣ୍ଟକୁ ସକ୍ଷମ କରାଇବା
    • ସହମତି, ସୂଚନା କିମ୍ବା ସ୍ବୀକୃତିକରଣ, ପରିଚୟ, ଯାଞ୍ଚ ଇତ୍ୟାଦି ଯାହାକୁ ପ୍ରାମାଣିକତା ଉଦ୍ଦେଶ୍ୟରେ ଏକ ବିଚାରାଳୟ ସମ୍ମୁଖରେ ଉପସ୍ଥାପନ ସହିତ କୌଣସି କର୍ତ୍ତୃପକ୍ଷ କିମ୍ବା ଆରବିଟ୍ରେସନରେ ଉପସ୍ଥାପନ କରାଯାଇପାରେ ସେ ପ୍ରକାର ସୂଚନାର ରେକର୍ଡ଼ ତିଆରି ଓ ଲଗ୍ ପ୍ରସ୍ତୁତି।
  • ମୁଁ ବୁଝିଅଛି ଯେ, ଆଧାର ନମ୍ବର ଏବଂ କୋର ବାୟୋମେଟ୍ରିକ୍‌ସକୁ ସିଆଇଡିଆର ଠାରେ ଦାଖଲ କରିବା ପାଇଁ ଏବଂ ଆଇନ୍ ବ୍ୟତୀତ ଅନ୍ୟ କୌଣସି ଉଦ୍ଦେଶ୍ୟ ପାଇଁ ତାହାକୁ ଗଚ୍ଛିତ /ଆଦାନ ପ୍ରଦାନ କରାଯାଇପାରିବ ନାହିଁ। ମୋର ଆଧାର ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ପ୍ରାପ୍ତ କରିଥିବା ଓଟିପିକୁ ବ୍ୟବହାର କରି ମୁଁ ନିଜେ ଇଆଧାରକୁ ଡାଉନଲୋଡ୍‌ କରିଅଛି। ଏହିସବୁ ନଥିପତ୍ର ଗୁଡ଼ିକ କ୍ରମ ଅନୁସାରେ ନମିଳିବା କିମ୍ବା ମୋ ଦ୍ୱାରା ପ୍ରଦାନ କରାଯାଇଥିବା କୌଣସି ଭୁଲ୍ ସୂଚନା ନିମନ୍ତେ ମୁଁ ବ୍ୟାଙ୍କ କିମ୍ବା ଏହାର ଅଧିକାରୀଙ୍କୁ ଦାୟୀ କରିପାରିବି ନାହିଁ।
  • ଉପରୋକ୍ତ ସୂଚନା ସଂଗ୍ରହଣ ଉଦ୍ଦେଶ୍ୟ ସମ୍ବନ୍ଧିତ ସହମତି ବିଷୟରେ ମୋତେ ମୋର ସ୍ଥାନୀୟ ଭାଷାରେ ବୁଝାଇ ଦିଆଯାଇଛି।

QUICK LINKS
  • HOME
  • Financial Services
  • Payment Services
  • About Us
  • Aadhaar Consent
  • Contact Us
Our Services
  • Aadhaar Enabled Payment Service
  • Micro ATM
  • Domestic Money Transfer
  • Mobile & DTH Recharge
  • BBPS(Bharat Bill Payment System)
Legal
  • Terms & Conditions
  • Aadhaar Consent
CONTACT INFO
805, Tower 1, Assotech
Business Cresterra,
Sector - 135,
Noida - 201304
contactus@yourmudra.com
+91 120 5107040
  • All right are reserved © YourMudra

    Let's get in touch

    ‎+91 120 5107040

    contactus@yourmudra.com